ସ୍ବପ୍ନଭଙ୍ଗ
ତପସ୍ବିନୀ ଚୌଧୁରୀ
ଗାଁଆକୁ ବାହାରିଲି ବାସନ୍ତୀ ପୂଜା ପାଇଁ | ଛୁଟି ଥିଲା ଦୁଇ ଦିନ | ଆଉ ଦୁଇ ଦିନ ଛୁଟି ହାତରେ ନେଇ ସବୁ ବର୍ଷ ଯାଏ, ବାସନ୍ତୀ ପୂଜା ଆମ ଗାଁରେ ପ୍ରତିବର୍ଷ ଖୁବ୍ ଧୂମଧାମରେ ପାଳନ ହୁଏ | ଆମ ଘର ହିଁ ପୂଜାର ସମସ୍ତ ଦାୟିତ୍ବ ବହନ କରନ୍ତି | ଆମ ଘର ଆଗରେ ମେଲଣ ପଡିଆ, ସେଇଠି ରାମଲୀଳା ନଅ ଦିନ ଧରି ଖୁବ୍ ସମାରୋହରେ ପାଳିତ ହୁଏ | ପାଖ କେତେଖଣ୍ଡ ଗାଁରୁ ଲୋକମାନେ ମଧ୍ୟ ଆସନ୍ତି ଏ ପ୍ରସିଦ୍ଧ ରାମଲୀଳା ଦେଖିବା ପାଇଁ | ଆଉ କାଳେ ଆମ ଜେଜେ ଏ ରାମଲୀଳା କରେଇବାର ପରମ୍ପରା ଆରମ୍ଭ କରିଥିଲେ |ଛୋଟ ବେଳେ କି ସେ ରାମଲୀଳାର ଆଗ୍ରହ ! ତାଠୁ ବେଶୀ ଆଗ୍ରହ ବୋଉଠୁ ପଇସା ନେଇ ମିଶିକି ଚାଟ୍.......
Category: ଗଳ୍ପ (ଆଧୁନିକ) | Language: Odia
- 25 Nov, 2025
- By ତପସ୍ବିନୀ ଚୌଧୁରୀ