ଈଶ୍ବର ବିଶ୍ବାସ

ମୂଳ ରଚନା - ଭୋଲା ୟାମିନୀ, ଅନୁବାଦ - ଶରତ କୁମାର ରାଉତ

ବହୁ ପୂରୁଣା ଯୁଗର କଥା | କୌଣସି ଏକ ନଗରୀରେ ଏକ ଭିକାରୀ ରହୁଥିଲା | ସକାଳ ହେବା କ୍ଷଣି ନିଜର ନିତ୍ଯକର୍ମ ସାରି ଚିତା-ଚନ୍ଦନ ଲଗାଇ ବାହାରି ଯାଉଥିଲା ସେ | ପ୍ରତ୍ଯେକଙ୍କ ଘର ଦୁଆର ପାଖରେ ପହଂଚି ଥରେ ମାତ୍ର କହୁଥିଲା, ଦେବାବାଲା ଭଗବାନ, ଆମେ ସବୁ ତାଙ୍କ ସନ୍ତାନ ! ଭିକାରୀର ନାମ ଥିଲା ‘କୃପାଳ’ ତାକୁ ଯାହା କିଛି ମିଳିଯାଏ, ସେଥିରେ ସେ ଖୁସି ହେଉଥିଲା | ତା’ର ଜଣେ ସାଙ୍ଗ ଜଗନ୍ନାଥ ମଧ୍ଯ ଭିକାରୀ ସେ ପ୍ରତ୍ଯେକଙ୍କ ଘର ପାଖରେ ପହଞ୍ଚିକହୁଥିଲା, ଦେବାବାଲା ମହାରାଜ, ଆଜିର ଭୋଜନ ସେ ହିଁ ଦେବେ ! କୃପାଳ ଓ ଜଗନ୍ନାଥ ଭିକ ମାଗିବାକୁ ରାଜାଙ୍କ ମହଲ ବି ଯାଉଥିଲେ | ରାଜା ଅଧିକାଂଶ ସମୟରେ ଏହି ଦୁଇ ଜଣଙ୍କ ଡ଼ାକ ଶୁଣନ୍ତି ଓ ସେମାନଙ୍କୁ ଭିକ ଦିଅନ୍ତି କିନ୍ତୁ ସେ ଭାବନ୍ତି,.......

Category: ଗଳ୍ପ (ଅନୁବାଦ) | Language: Odia