ସାଧବଘର ବୋହୂ କଥା

ମଧୁସୂଦନ ରାଓ

ଗୋଟିଏ ସାଧବଟିଏ ଯେ ତାର ସାତ ପୁଅ ସାତ ବୋହୂ । ସବା ସାନ ବୋହୂଟିକି କେହି ଦେଖିପାରନ୍ତି ନାହିଁ । ଏକା ସ୍ୱାମୀଟି ଭାରୀ ଦେଖିପାରେ । ସମସ୍ତେ ସକାଳୁ ଗାଧୋଇ ପାଧୋଇ ଆସନ୍ତି, ସାନ ବୋହୂଟି ଅଢ଼େଇ ପ‌ହରେ ଗାଧୋଇ ଯାଏ । ଗାଧୋଇ ଆସେ, ସେଠାରେ ଠାକୁର ଥାଆନ୍ତି ନଈପାଖେ,ସାନବୋହୂ ଦିଅଙ୍କଠାରେ ଦଣ୍ତବତ କରେ, କ‌ହେ "ଶ‌ଶୂର ହୋଇବେ ଗାଁ ରାଜନ ଲୋ ଶାଶୁ ହୋଇଥିବେ ରାଣୀ, ଛ ଦେଢ଼ସୁର ଛ ସାଆନ୍ତ ଲୋ ଛଅ ଯାଆ ସାଆନ୍ତାଣୀ, ମୋ ଗିରସ୍ତ ହେବ କନ‌କରାଜନ ମୁଁ ହେବି ପାଟରାଣୀ । ପୁଅ ବେଇଥିବି ରାଜକୁମର ଲୋ, ପୋଥି ଧରି ଗୀତ ଗାଇବ, ଦ୍ୱାରେ ଲଗାଇବି ସୁନାଟଭା ଗଛ ନ‌ଗୀ ଧରି ଫୁଲ ତୋଳିବ । ଦିଅଁ ହୋଇବ ? ଦିଅଁ କ‌ହନ୍ତି ହଁ ହୋଇବ । ଏପରି ସବୁଦିନେ କ‌ହେ, ଦିଅଁ କ‌ହନ୍ତି ହଁ ହୋଇବ ।.......

Category: ଗଳ୍ପ (ପୁରାତନ) | Language: Odia