ମଣିଷ ନିଜ ମାଧ୍ୟମରେ ହିଁ ପ୍ରକୃତ ସତ୍ୟର ଅନୁଭବ ପାଏ
ସଂଗୃହୀତ
ଜଣେ ଖୁବ୍ ଧନୀ ବ୍ୟକ୍ତି ଥିଲେ। ଦାମୀ ପୋଷାକ ପିନ୍ଧୁଥିଲେ। ଭଲ ଭଲ ଖାଦ୍ୟ ଖାଉଥିଲେ। ମଉଜ ମଜଲିସରେ ଦିନ କାଟୁଥିଲେ। ତାଙ୍କ ପ୍ରାସାଦ ନିକଟରେ ପଡ଼ି ରହିଥିଲା ଜଣେ ଗରିବ ଭିକାରି। ନାଆଁ ତା’ର ଲାଜରସ। ଦେହସାରା ଘା-ଘାଉଡ଼। ଖୁବ୍ କ୍ଷୀଣ ଓ ରୁଗ୍ଣ ଥିଲା ତା’ର ଶରୀର। କୁକୁରମାନେ ତା’ ଘାଆକୁ ଚାଟୁଥିଲେ। ସେ ଧନିକଙ୍କ ଘରୁ ଫୋପଡ଼ା ଯାଉଥିବା ଖାଦ୍ୟ ପାଇବା ପାଇଁ ସେଠାରେ ପଡ଼ି ରହିଥିଲା।ଦିନେ ଧନିକ ଓ ଭିକାରି ଉଭୟେ ମରିଗଲେ। ଭିକାରି ଲାଜରସ୍କୁ ଦେବଦୂତମାନେ ଅବ୍ରାହମଙ୍କ ଶରଣକୁ ନେଇଗଲେ। ଧନୀକ ଜଣକ ନର୍କର ନିଆଁରେ ଜଳିଲେ, କଷ୍ଟ ପାଇଲେ। ଦୂରରୁ ଭିକାରି ଲାଜରସଙ୍କ ସୁଖପୂର୍ଣ୍ଣ ଅବସ୍ଥା ଦେଖି ଧନୀକ ଡାକ ପକାଇଲେ- ହେ ପିତା ଅବ୍ରାହମ୍! ମୋ ଉପରେ ଦୟା କରନ୍ତୁ। ଲାଜରସକୁ କୁହନ୍ତୁ, ସେ ନିଜ ଆଙ୍ଗୁଠିକୁ ପାଣିରେ ବୁଡ଼ାଇ ମୋ ଶୁଖିଲା ପାଟିରେ ଟୋପାଏ ଦେଉ ! ଅବ୍ରାହମ୍.......Read More
Category: ଧର୍ମ ଓ ଅଧ୍ୟାତ୍ମ | Language: Odia
- 26 Dec, 2025
- By ସଂଗୃହୀତ
