You can write and publish your own articles here.
Please download the app to get started.

Download App

ଅଲଣା ଓଷା କଥା

ସଂଗୃହୀତ

ପୌଷମାସ ହେଉଛି ସୂର୍ଯ୍ୟଙ୍କ ମାସ। କାରଣ, ଏହି ମାସର ରବିବାରଗୁଡ଼ିକରେ ସୂର୍ଯ୍ୟଦେବଙ୍କର ପୂଜା କରାଯାଇଥାଏ। ଏଥିପାଇଁ ଓଡ଼ିଆରେ ବେଶ୍‌ କେତୋଟି ‘ପୁଷ ରବିବାର ବ୍ରତକଥା’ ଅଛି। ‘ପୌଷ’ ଏକ ଚାନ୍ଦ୍ର ମାସ। କାରଣ, ଏହି ମାସର ପୂର୍ଣ୍ଣିମାରେ ଚନ୍ଦ୍ର ପୁଷ୍ୟାନକ୍ଷତ୍ରରେ ଅବସ୍ଥାନ କରନ୍ତି। କିନ୍ତୁ ସୂର୍ଯ୍ୟଙ୍କର ଗୋଟିଏ ନାଆଁ ମଧ୍ୟ ‘ପୁଷାନ୍‌’। ସେ ଏକ ବୈଦିକ ଦେବତା। ସେ ସମୃ୍ଦ୍ଧିର ଦେବତା। ତେଣୁ ପାରମ୍ପରିକ ଭାବରେ ପୌଷ ରବିବାରଗୁଡ଼ିକରେ ସୂର୍ଯ୍ୟପୂଜା କରାଯାଇ ସମୃଦ୍ଧି କାମନା କରାଯାଇଥାଏ। ‘ପୁଷ ରବିବାର ବ୍ରତକଥା’ ପରି, ‘ଅଲଣା ଓଷାକଥା’ ମଧ୍ୟ ଓଡ଼ିଶାରେ ଓ ଓଡ଼ିଆରେ ପ୍ରଚଳିତ ଅଛି। ଏହା ସୌରମାସ ଅନୁସାରେ ପାଳିତ ହୁଏ। ଧନୁ ମାସର ରବିବାରଗୁଡ଼ିକରେ ଏହି ବ୍ରତ ପାଳିତ ହୁଏ ଏବଂ ମକର ସଂକ୍ରାନ୍ତିଠାରୁ ଆଉ ପାଳିତ ହୁଏ ନାହିଁ। ଏହା ମଧ୍ୟ ସୂର୍ଯ୍ୟ ଦେବତାଙ୍କର ଏକ ବ୍ରତ। ସକାଳେ ସୂର୍ଯ୍ୟୋଦୟ ସମୟରେ ଏହି ବ୍ରତ ଅନୁସାରେ ସୂର୍ଯ୍ୟପୂଜା କରାଯାଏ। ଏହି.......Read More

Category: ଧର୍ମ ଓ ଅଧ୍ୟାତ୍ମ | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App