ଷଡ଼ଯନ୍ତ୍ର

ହରିହର ତ୍ରିପାଠୀ

ପ୍ରୟାଗରାଜ ସହରର ସନ୍ଧ୍ୟା ସବୁବେଳେ ଟିକେ ଭିନ୍ନ। ଗଙ୍ଗା ଓ ଯମୁନାର ସଙ୍ଗମ ପରି ଏଠାରେ ପୁରାତନ ସଂସ୍କାର ଓ ଆଧୁନିକ ଚିନ୍ତାଧାରାର ଏକ ଅଜବ ମିଶ୍ରଣ ଦେଖିବାକୁ ମିଳେ। ସହରର ଗୋଟେ କୋଣରେ ଥିବା ସ୍କାଏ ଭିଉ ଆପାର୍ଟମେଣ୍ଟର ୨୦ ତାଲା ବିଶିଷ୍ଟ କୋଠାଟା ଆକାଶକୁ ଛୁଇଁବାକୁ ଚେଷ୍ଟା କରୁଥିଲା। ସେ କୋଠାର ୪୦୨ ନମ୍ବର ଫ୍ଲାଟରେ ରହୁଥିବା ଅବିନାଶଙ୍କ ପାଇଁ ସେହି ସନ୍ଧ୍ୟା ଥିଲା ଏକ ନୂଆ ଜୀବନର ଆରମ୍ଭ। ଅବିନାଶ ଜଣେ ସୁଦର୍ଶନ ଓ ଗମ୍ଭୀର ସଫ୍ଟୱେୟାର ଇଞ୍ଜିନିୟର। ତାଙ୍କ ଆଖିରେ ସବୁବେଳେ ଏକ ଅକୁହା କଷ୍ଟ ଲୁଚି ରହିଥାଏ। ଦଶ ବର୍ଷ ତଳେ ପରିବାରର ଇଚ୍ଛାରେ ସେ ସୁଚିତ୍ରାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର କିଛି ବର୍ଷ ପରେ ସେ ଅନୁଭବ କଲେ ଯେ ସେମାନଙ୍କ ମନର ମିଳନ କେବେ ହୋଇ ନାହିଁ। ସୁଚିତ୍ରାଙ୍କର ଜିଦ୍ ଏବଂ ଅବିନାଶଙ୍କର ଚୁପଚାପ୍ ସ୍ଵଭାବ ଭିତରେ ଘରଟା ଏକ.......

Category: ଗଳ୍ପ (ଆଧୁନିକ) | Language: Odia