ମନ୍ଦିର ହେଲା, ରାମରାଜ୍ୟ କେବେ ?
ହରିହର ତ୍ରିପାଠୀ
ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରତିଷ୍ଠିତ ହୋଇଛି ଭବ୍ୟ ମନ୍ଦିର | ପୂଜା ପାଉଛନ୍ତି ରାମଲାଲା | ଶହଶହ ବର୍ଷଧରି ବିବାଦୀୟ ହୋଇ ରହିଆସିଥିବା ପ୍ରସଙ୍ଗର ପରିସମାପ୍ତି ହୋଇଛି | ଏ କଥା କହିଲେ ଅତ୍ୟୁକ୍ତି ହେବନାହିଁ ଭାରତବାସୀଙ୍କର ସବୁଠାରୁ ପ୍ରିୟ ଶବ୍ଦ ହେଲା ”ରାମ’ । ଧରାପୃଷ୍ଠରେ ଏଯାବତ୍ ଅବତୀର୍ଣ୍ଣ ସମଗ୍ର ମାନବଜାତି ମଧ୍ୟରେ ସର୍ବଶ୍ରେଷ୍ଠ ପୁରୁଷହେଲେ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମ । ଶ୍ରୀରାମ ଅଯୋଧ୍ୟାର ରାଜା ଥିଲେ । କେବଳ ରାଜା ନ ଥିଲେ ତାଙ୍କ ସମୟର ସବୁଠାରୁ ଆଦର୍ଶ ରାଜାଥିଲେ । ସମଗ୍ର ବିଶ୍ୱ ସେ ସମୟରେ ବି ତାଙ୍କର ଜୟଗାନ କରୁଥିଲା । ଆଉ ଆଜିବି ରାମନାମର ଜୟଗାନ କରୁଛି । ଶ୍ରୀରାମ କୌଣସି ନିର୍ଦ୍ଦିଷ୍ଟ ଧର୍ମ, ଜାତି, ସଂପ୍ରଦାୟ ବା ଗୋଷ୍ଠୀର ଆଦର୍ଶ ନୁହନ୍ତି । ସେ ହେଉଛନ୍ତି ମାନବତାର ଆଦର୍ଶ । ଅପାର କରୁଣାର ପ୍ରତିମୂର୍ତ୍ତି । ନ୍ୟାୟର ଜୀବନ୍ତ ପ୍ରତିଭୂ ।.......
Category: ପ୍ରବନ୍ଧ | Language: Odia
- 29 Apr, 2025
- By ହରିହର ତ୍ରିପାଠୀ