ବଳି ବନ୍ଦ ହୋଇପାରିବନି ?
ହରିହର ତ୍ରିପାଠୀ
ଏବର୍ଷ ବି ରକ୍ତରଞ୍ଜିତ ହେଲା ଶୁଲିିଆ ପୀଠ । ନିରୀହ ଜୀବଙ୍କ ରକ୍ତ ବୁହାଇ ପାଳିତ ହେଲା ପରମ୍ପରା । ପ୍ରଶାସନର ବାରଣ ସତ୍ତେ୍ୱ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ କୁଲୁତାପଡ଼ା ପଞ୍ଚାୟତର ଖଇରଗୁରା ଏବଂ କୁମୁରିଆ ଗାଁର ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପରିକ ରୀତିନୀତିରେ ନିଜର ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରିବା ସହ ବଳି ପକାଇଛନ୍ତି । ଏଠାରେ ଶତାଧିକ ପଶୁଙ୍କୁ ବଳି ଦିଆଯାଇଛି । ସୂଚନାଯୋଗ୍ୟ ଶୁଲିିଆପୀଠରେ ବଳି ପକାଇବା ଉପରେ ପ୍ରଶାସନ ଯଦିଓ କଟକଣା ଲଗାଇ ନାହିଁ ତଥାପି ବଳି ପକାଇବାକୁ ବାରଣ କରାଯାଇଥିଲା । ହେଲେ ଏହାକୁ କେହି ବି ମାନି ନାହାନ୍ତି । ୪ ଜଣ ମାଜିଷ୍ଟ୍ରେଟ୍, ପୁଲିସ୍ ଅଧିକାରୀ ଓ ପୁଲିସ୍ ଫୋର୍ସ ଆଗରେ ଆଦିବାସୀ ଲୋକେ ପରମ୍ପରା ଅନୁସାରେ ବଳି ପକାଇ ସେମାନଙ୍କ ଦେବଦେବୀଙ୍କୁ ସନ୍ତୁଷ୍ଟ କରିଛନ୍ତି ।ଶୁଲିିଆ ଯାତ୍ରାର ବଳିକୁ ନେଇ ଦୀର୍ଘବର୍ଷ ହେଲା ବିବାଦ ଲାଗି ରହିଥିଲେ ବି.......
Category: ପ୍ରବନ୍ଧ | Language: Odia
- 01 May, 2025
- By ହରିହର ତ୍ରିପାଠୀ