ଓଡ଼ିଆ ଘରର ଅନନ୍ୟ ପରମ୍ପରା ପଣାସଂକ୍ରାନ୍ତି ଓ ନବବର୍ଷ

ପ୍ରେମାନନ୍ଦ ପାଣିଗ୍ରାହୀ

ଭଗବାନ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ମୌଳିକ ଉତ୍ସ । ସେ ପଞ୍ଚ ଦେବତାଙ୍କ ମଧ୍ୟରୁ ଅନ୍ୟତମ । ସୂର୍ଯ୍ୟାଲୋକ ହିଁ ଜୀବନର ପ୍ରାଥମିକ ଅ ।ଧାର । ହିନ୍ଦୁ ଧର୍ମ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଭଗବାନ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତ୍ରିଦେବଙ୍କ ପ୍ରତୀକ ବୋଲି ଗ୍ରହଣ କରାଯାଇଛି । ଉଦୟ ସମୟରେ ସେ ବ୍ରହ୍ମା, ମଧ୍ୟାହ୍ନରେ ସେ ମହେଶ୍ୱର ଓ ସଂନ୍ଧ୍ୟା ସମୟରେ ସେ ସ୍ୱଂୟ ବିଷ୍ଣୁ । ଭାରତୀୟ ସଂସ୍କୃତି ଓ ଦର୍ଶନରେ ସୂର୍ଯ୍ୟ ହେଉଛନ୍ତି ଭାରତୀୟ ଜୀବନ ଓ ଜୀବିକାର ମୂଳ ଉତ୍ସ । ପ୍ରତିପଦାଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚନ୍ଦ୍ରମାସ ହେଉଥିବା ବେଳେ ସଂକ୍ରାନ୍ତି ଠାରୁ ମାସାନ୍ତ ପର୍ଯ୍ୟନ୍ତ ସୌରମାସ ଭାବେ ପାଳନ କରାଯାଏ । ସୂର୍ଯ୍ୟଙ୍କ ଗତିପଥରେ ୧୨ଟି ନକ୍ଷତ୍ରାଧିପତିଙ୍କ ସ୍ଥିତି ପରିକଳ୍ପିତ । ଜ୍ୟୋତିଷ ଶାସ୍ତ୍ରରେ ସେମାନଙ୍କୁ ରାଶି ଭାବରେ ନାମିତ କରାଯାଇଛି ଯଥା :- ମେଷ, ବୃଷ, ମିଥୁନ, କର୍କଟ, ସିଂହ,.......

Category: ସଂସ୍କୃତି ଓ ପରମ୍ପରା | Language: Odia