ଗାନ୍ଧି : କେବଳ ବିଚାର !
ହରିହର ତ୍ରିପାଠୀ
ସତ କହିବାକୁ ଡ଼ରୁଥିବା ମଣିଷମାନେ ସତ୍ୟକୁ ଜୀବନରେ ପ୍ରୟୋଗ କରି ଥିବା ଜଣେ ବ୍ୟକ୍ତିକୁ ବୁଝି, ତା’ରି ଆଦର୍ଶରେ ବ୍ରତୀ ହୋଇ ଚାଲିବେ ଏଭଳି ଆଶା କରିବା ବିଡମ୍ବନା ନୁହେଁ କି ? ସେଇଥିଲାଗି ସାରା ଦେଶରୁ ଅଧୁଟେ ଏବେ ଗାନ୍ଧି ବିରୋଧୀ ହୋଇଗଲେଣି । ଆଲବର୍ଟ ଆଇନଷ୍ଟାଇନଙ୍କ ବକ୍ତବ୍ୟ ସତ ହେବାକୁ ଯାଉଛି । ଯୁବପିଢି ବିଶେଷକରି ଭାରତର ଯୁବପିଢ଼ି ମାନିବାକୁ ନାରାଜ, ଗାନ୍ଧି ବୋଲି ଏମିତି କିଏ ଜଣେ ଥିଲେ ଯିଏ କି ଆଣ୍ଠୁ ଲୁଚୁନଥିବା ଧୋତିଖଣ୍ଡେ ପିନ୍ଧି ସାରା ବ୍ରିଟିଶ ସାମ୍ରାଜ୍ୟ ବୁଲି ଆସିଥିଲେ । କେବଳ ବୁଲି ଆସିନଥିଲେ ମହାପ୍ରତାପୀ ବ୍ରିଟିଶରାଜ ବିରୁଦ୍ଧରେ ସଂଗ୍ରାମ କରିଥିଲେ ଓ ବିଜୟଲାଭ କରିଥିଲେ । ତେବେ ଭାରତୀୟ ଆଦର୍ଶର ଧାର ଧାରୁନଥିବା ଆଜିର ପିଲାଏ ଗାନ୍ଧିଙ୍କ ବି·ରଧାରାକୁ ନକାରାତ୍ମକ ଢ଼ଙ୍ଗରେ ଗ୍ରହଣକରି ଗାନ୍ଧି ଆଦର୍ଶକୁ ଦେଶରୁ ଧୀରେ ଧୀରେ ଲୋପ କରିବାକୁ ବସିଲେଣି ।ଗାନ୍ଧି କେବେ ବି.......
Category: ପ୍ରବନ୍ଧ | Language: Odia
- 01 May, 2025
- By ହରିହର ତ୍ରିପାଠୀ