ସହରମୁହାଁ ମଣିଷ
ପ୍ରକାଶ ତ୍ରିପାଠୀ
ଏବେ ବନ୍ଧୁବାନ୍ଧବ ଅବା ଚିହ୍ନାଜଣା କେହି ଯଦି କେଉଁଠି ଭେଟ ହୋଇଯାଉଛନ୍ତି ତେବେ ଅନେକ ଅବାସ୍ତବ ଓ ଅବାନ୍ତର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡୁଛି। ଯାହା ଉତ୍ତର ଦେଲେ ବି ସେମାନେ ସେଥିରେ ସନ୍ତୁଷ୍ଟ ହେଉନାହାନ୍ତି। ସେହି ବିରକ୍ତିକର ପ୍ରଶ୍ନଗୁଡ଼ିକ ହେଲା, ଏତେ ଦିନ ସହରରେ ଚାକିରି କଲୁଣି, ନିଜର ଗୋଟିଏ ଘର କଲୁଣି ନା ଭଡ଼ାଘରେ ରହୁଛୁ। କିଛି ପ୍ଲଟ ରଖିଛୁ ନା ନାହିଁ?’ ସତେ ଯେମିତି ସହରରେ ଚାକିରି କଲେ ପ୍ଲଟ କିଣିବା, ଘର ନିର୍ମାଣ କରିବା ବା ଫ୍ଲାଟ କିଣିବା ବାଧ୍ୟତାମୂଳକ। ଯିଏ ଏ ସବୁ କରିନପାରିଲା ସେ ଗୋଟାଏ ଅପଦାର୍ଥ ଓ ଅପାରଗ। ବର୍ତ୍ତମାନର ଜଗତୀକରଣ ବା ବଜାରୀକରଣ ଯୁଗରେ ସାଧାରଣ ଭାବରେ ଚଳିବା ଯେମିତି ଦୋଷାବହ। ଆବଶ୍ୟକତା ଥାଉ କି ନ ଥାଉ ସବୁକିଛି ଅର୍ଜନ କରିବା ହେଉଛି ଜୀବନର ଲକ୍ଷ୍ୟ। ସେ ଜମିବାଡି, ଘରଦ୍ବାର, ଯାନବାହନ ହେଉ ବା ଦାମୀ ଆସବାବପତ୍ର ହେଉ,.......Read More
Category: ପ୍ରବନ୍ଧ | Language: Odia
- 01 May, 2025
- By ପ୍ରକାଶ ତ୍ରିପାଠୀ
