ଅକ୍ଟୋପସ

କଣ୍ଡୁରୀ ଚରଣ ରାଉତ

ଦୂର ଦିଗ୍‌-ବଳୟରେ ମଲା ଜହ୍ନଟା ଦାନ୍ତ ଦେଖେଇ ହସୁଥିଲା ବେଳେ ଏକ ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଉଥିଲା ସରିତା । ସେ ଜାଣେ, ସେ ଯନ୍ତ୍ରଣାଟା ତା’ ଛାତି ଭିତରେ ଥିବା ଏକ ପୁରୁଣା ପୋଡା ଘାଆ । ସେ ଆଜିର ନୁହେଁ, ଦୀର୍ଘ ଦଶ ବର୍ଷ ତଳର । ସେ ଘାଆଟା ଆଜିଯାଏ ଶୁଖିନାହିଁ । ବେଳେବେଳେ ସେଥିରୁ ରକ୍ତ ଝରି ଜମାଟ ବାନ୍ଧିଯାଉଛି ତା’ ଛାତିରେ ଓ ପେଟରେ । ସେଇ ଯନ୍ତ୍ରଣାଦାୟକ ସ୍ମୃତିଗୁଡାକୁ ହୃଦୟ ଭିତରୁ ପରସ୍ତ ପରସ୍ତ କରି ଓଟାରି ଛିଣ୍ଡେଇ ଦେବାକୁ ମନ ବ୍ୟାକୁଳ ହୁଏ । କିନ୍ତୁ ତା’କୁ ସହଜରେ ଛିଣ୍ଡେଇ ହୁଏନା କି ନଷ୍ଟ କରି ହୁଏନା ।ସେ ସବୁ ଅନେକ ଦିନ ତଳର କଥା । ସେତେବେଳେ ସରିତା ଷୋଳ ସତର ବର୍ଷର ତରୁଣୀ । ଦେହରେ ତା’ର ଖୁନ୍ଦି ହୋଇ.......

Category: ଗଳ୍ପ (ଆଧୁନିକ) | Language: Odia