କଇଁଛ

ସୁଧାଂଶୁ ଶେଖର ଦ୍ୱିବଦେୀ

ସେ ଜଣେ ସିଦାସାଧା ମଣିଷ ଥିଲେ । ଏମିତି ଘଟଣାରେ ସେ ମୁଣ୍ଡ ଖର୍ଚ୍ଚ କରନ୍ତି ଯେଉଁ ଘଟଣା କ୍ରମରେ କାହାରି ଧ୍ୟାନ ନଥାଏ । ଛୁଟିଦିନ ମାନଙ୍କରେ ବହୁବାର ଚିନ୍ତା କରନ୍ତି ତାଙ୍କ ପ୍ରତି ଏଭଳି କାହିଁକି ହେଉଛି?ସେ କଣ ଅନ୍ୟ ମାନଙ୍କଠାରୁ ଅଲଗା ନା ଜଣେ ମାନସିକ ରୋଗୀ ? ପରିବାର ଲୋକମାନେ ମଧ୍ୟ ତାଙ୍କ ସରଲତାର ଖୁବ ଲାଭ ଉଠାନ୍ତି । ପିଲାମାନେ କହନ୍ତି ’ଆମ ବାପା ଜଣେ ଅଜବ ମଣିଷ । ’ ସ୍ତ୍ରୀ ମଧ୍ୟ ତାଙ୍କର ବିଚିତ୍ର ବିଚାର ଧାରାରେ ଅତିଷ୍ଠ ହୋଇ ଚୁପ ହୋଇଯାଆନ୍ତି ।ତାଙ୍କୁ ଜଣାଯାଏ ସେ ଯେମିତି ଏ ଦୁନିଆର ମଣିଷ ନୁହନ୍ତି ! ଯେବେ ସେ ସ୍କୁଲ କଲେଜରେ ପଢୁଥିଲେ ତାଙ୍କ ହାବ ଭାବ ଦେଖି ଜଣେ ବଡ ସାହିତ୍ୟିକ ହେବେ ବୋଲି ସଭିଏଁ କହୁଥିଲେ । ଜେଜେ ଜେଜି, ମା’ ବାପା ଓ ଶିକ୍ଷକ ସମସ୍ତେ କହନ୍ତି.......

Category: ଗଳ୍ପ (ଆଧୁନିକ) | Language: Odia