ମାଆ : ରକ୍ତ ସମ୍ପର୍କଠୁ ଉର୍ଦ୍ଧ୍ୱରେ

ପ୍ରୀତିପ୍ରିୟା ମହାନ୍ତି

ଡାକ୍ତରଖାନାରେ ନରିଆ ଏ ସବୁ ଦେଖି ଚମକି ପଡିଲା । ତା ପାଇଁ ହିଁ ତ ତାଙ୍କର ଏ ଅବସ୍ଥା । କେଡେ ସ୍ୱାର୍ଥପର ହୋଇଗଲା ସତେ ସେ । କ’ଣ ବା ଆଉ କରିଥାଆନ୍ତା ଯେ ? ଏବେସେ ଶୁଝେଇଦବ ସବୁ । ଏତେ ଅବିବେକୀ ସେ ହୋଇପାରିବନି । ଏତିକି ଭାବୁ ଭାବୁ ନର୍ସ ଡ଼କେଇଲେ ନରିଆକୁ । ସାଆନ୍ତ ଡାକ୍ତରଖାନାରେ ଏ କଡ଼ ସେ କଡ଼ ହୋଇ ବୁଲୁଥାଆନ୍ତି । ଚାରିଖଣ୍ଡି ମଉଜାରେ ତାଙ୍କର ନାଁ ଡାକ । ଅନ୍ୟକୁ ସାହାଯ୍ୟ କରନ୍ତି ସତ କିନ୍ତୁ ପରେ ସୁଧ ମୂଳ ସହ ଆଦାୟ କରିବାକୁ ଭୁଲନ୍ତିନି । ଭାରି କୃପଣ ଓ ରାଗି ବି । ଜମାରୁ ବି ଟଙ୍କାଟେ ଛାଡିବେନି । ହେଲେ ଏତେ ଟଙ୍କା ସାହାଯ୍ୟ ସେ କେମିତି ମାଗିପାରିବ । ପରେ କୋଉଠୁ ଆଣି ଏତେ ସୁଝିବ । ନରିଆ ବୋଉର.......

Category: ଗଳ୍ପ (ଆଧୁନିକ) | Language: Odia