ଆନିଭରସାରି
ପ୍ରତିଭା ପ୍ରିୟଦର୍ଶିନୀ
ବ୍ଲୁ ରୁ ଇଣ୍ଡିଗୋ ହେଇ ସାରିଥିଲା କେତେବେଳୁ ଆକାଶ । ଏବେ ରଙ୍ଗ ତାର ଇଣ୍ଡିଗୋ ଓ ବ୍ଲାକର ମଝି ମଝିଆ କିଛି ଏଇ କଳାଳିଆ କିନ୍ତୁ ସମ୍ପୂର୍ଣ୍ଣ କଳା ହୋଇନଥିବା ଦିଗବଳୟରେ ଏବେବି କେଶରୀଆ ରଙ୍ଗର ଧାର ସ୍ପଷ୍ଟ ଦେଖିହେଉଛି ଦେବୀ ମା\’ଙ୍କ ମନ୍ଦିର ଉପରୁ । ଛୋଟ ମୁଣ୍ଡିଆ ଉପରେ ଥିବା ଯୋଗୁଁ ତାର ଏଇ ଟିକି ସହରକୁ ଗୋଟାପଣ ଦେଖିହୁଏ ଏଠୁ । ଦିଶେ ପୂଣ୍ୟସ୍ରୋତା ମହାନଦୀ ଆଉ ଦିଗନ୍ତ ବିସ୍ତୃତ ଧାନବିଲ । ସବୁଜ ବିଲ ଶେଷରେ ଆକାଶ ନଇଁପଡ଼ି ଆଶ୍ଳେଷରେ ଆବୋରି ଥାଏ ପୃଥିବୀକୁ । ସୂର୍ଯ୍ୟ ହୁଅନ୍ତୁ କି ଚନ୍ଦ୍ର, ଦୁହେଁ ଯିବା ଆସିବା ବେଳେ ଲୁଚି ଛପି ଦେଖନ୍ତି ମାଟି ଓ ଆକାଶର ନିବିଡ଼ତା । ଫେବ୍ରୁଆରୀରୁ ଅଧା ବିତିଯାଇଥିବା ଏ ଆସନ୍ନ ସଞ୍ଜରେ ସୁଲୁସୁଲିଆ ଦକ୍ଷିଣା ପବନ ଶ୍ରୁତି ମନ ଭିତରେ ଉଡେଇ ଦେଉଥିଲା ଆଉମୁଠେ ଚିତ୍ରିତ.......
Category: ଗଳ୍ପ (ଆଧୁନିକ) | Language: Odia
- 10 May, 2025
- By ପ୍ରତିଭା ପ୍ରିୟଦର୍ଶିନୀ