ବସନ୍ତ ଆସିଛି
ରାହାସ କୁମାର ବେହେରା
ବସନ୍ତ ଆସିଛି ସୁନାର ସକାଳେଅପରୂପା ଶୋଭା ନେଇଡାହାଣୀ ଖରାରେ ଶୀତୁଆ ପାଗଟାହାଇ ମାରି ଯାଏ ଶୋଇ ଟିକି ଟିକି କେତେ ଫୁଲର ପାଖୁଡାଫୁଟି ହସୁଅଛି ଧରାମିଟି ମିଟି କରି ଚଗଲା ଭଅଁରଦେଖି ହୁଏ ଆତ୍ମ ହରା ମୃଦୁ ମୃଦୁ ଆହା ମଳୟ ପବନେଚିତ୍ତ ମତ୍ତ ହୁଏ ଚୋରିକୋଇଲିର କୁହୁ ମଧୁର ସଙ୍ଗୀତେନୂଆ ଖୁସି ହୁଏ ବାରି ଗାଈଆଳ ଗୋଠୁ ବଇଁଶୀର ରାହାକାନେ ବାଜି ଲାଗେ ମିଠାଅପୂର୍ବ ଏ ଶୋଭା ସବୁଜ ବନାନୀକହେ ପ୍ରକୃତିର ଗାଥା ଫୁଲେଇ ଆମ୍ବର ମଥାରେ ଓଢଣୀବଉଳର ଝୁଲେ ହାରନୂଆ ବୋହୁ ସାଜି ଅତର ଲଗେଇବାଣ୍ଟଇ ପ୍ରୀତି ସମ୍ଭାର ଲାଲ ଟୁକୁଟୁକୁ ମରତ ସୁନ୍ଦରୀମଧୁକାଳ ହସେ ଖାଲିତା’ ମିଠା ଛୁଅଁରେ ଅବିର ମୋହରେଫଗୁଣ ଆସିଛି ଚାଲି ବାଲ୍ୟମ୍ବା,ଭାପୁର, ଢେଙ୍କାନାଳ:୭୫୯୦୧୫ମୋ:୯୪୩୮୧୧୪୩୬୮ ....Read More
Category: କବିତା (ଆଧୁନିକ) | Language: Odia
- 10 May, 2025
- By ରାହାସ କୁମାର ବେହେରା
