ଶୂନ୍ୟ ଜୀବନ
ଲିପିନ୍ ରାଉତ
ଦିନେ ଆସିଲା କଳା ହାଣ୍ଡିଆ ମେଘ ଏ ଜୀବନ ରେଅଦିନିଆ ମେଘ ର ନାଁ ନେଇଭିଜେଇ ଦେଲା ମାଟି କୁଓଦା କଲା ମୋ ଆଖି କୁ,ଋତୁ ସବୁ ଫେରିବାକୁ ବାହାରିଛନ୍ତିମୋ ଦେହରୁ, ସବୁ ରଙ୍ଗ ନେଇମତେ ରଂଗ ହୀନ କରିବା ରେ ଲାଗିଛନ୍ତି , ମୃତ୍ୟୁର କାରିଗର ମାନେଥର ଥର କରି ସବୁ କିଛି ନେଇ ସାରିଲା ପରେପୁଣି ଜଣେ,ମୋ ଦୁଆରେ ଦଣ୍ଡାୟମାନମୋ ଶୁଭାକାଂକ୍ଷୀ ର ପରିଚୟ ନେଇମୁଁ ତ ଏବେ ଶୂନ୍ୟ, ଜଣେ ଆୟୁଷ ହୀନ ମନୁଷ୍ୟକୁହ, କଣ ନେବ ଆଉକିଛି ନାହିଁ ମୋ ପାଖରେଖାଲି ଯାହା,ଏ ମୃତ ଶରୀରଟା ଛଡ଼ାନେବ ଯଦି ନେଇ ଯାଅ ଜଲଦିକିଛି କ୍ଷଣ ପରେ ସେ ବି ଆଉ ନଥିବହେଇଯିବ ଆଉ କାହା ଆହାରନଚେତ୍ ମିଶି ଯିବ ସଂପୂର୍ଣ୍ଣ ଏ ମାଟି ରେ ସବୁ ଦିନ ପାଇଁ....ସବୁ ଦିନ ପାଇଁ ।ମଦନପୁର, କେଉଁଝର, ମୋ ୭୦୦୮୯୮୦୧୯୬....
Category: କବିତା (ଆଧୁନିକ) | Language: Odia
- 10 May, 2025
- By ଲିପିନ୍ ରାଉତ