ଆମ ସଂପର୍କ
ପ୍ରଭାତ ବଳ
ଆଜି ବି ଦଣ୍ଡାୟମାନ ଆମ ସଂପର୍କତୁମ ଭଲପାଇବାର ମହାଦ୍ରୁମ ହୋଇଖାଲି ଯାହା ସଂକୀର୍ଣ୍ଣ ବସନ୍ତର ଅବଧି ।ଆଜି ବି ଚିକମିକ କରେ ଆମ ବନ୍ଧୁତାର ବତୀଘରଖାଲି ଯାହା ସେଠି ନାଲି ନେଳି ଆଲୋକର ସମାଧି ।ଶୁନ୍ ଶାନ୍ ସଡକର ବତୀଖୁଣ୍ଟ ପରି ତୁମେ ଆଜି ବି ଜାଜ୍ୱଲ୍ୟମାନହେଲେ କୋଉଠି ନା କୋଉଠି ତୁମ ସ୍ୱଚ୍ଛନ୍ଦ୍ୟ ପଥରେଏବେବି ସେ ଅଫେରନ୍ତା ବାଟୋଇର ଅନନ୍ତ ପ୍ରତିକ୍ଷା ।ମୁଁ ଅନୁଭବ କରିଛିତୁମ ବର୍ଣ୍ଣନା ବେଳେ ଶବ୍ଦମାନଙ୍କର ଅସହାୟତା ଓ ସେମାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ,ସେମାନଙ୍କ ଅକର୍ମଣ୍ୟତାରେ ବିତୁମର କି ନିଖୁଣ ଜୀବନ୍ତ ଉପସ୍ଥିତି ।ଏହା ବୋଧେ ତୁମ ଆଦ୍ୟ ପ୍ରାନ୍ତ ପ୍ରୟୋଗାତ୍ମକ କର୍ମସୂଚୀ ।ସଂକୀର୍ଣ୍ଣତାର ଉର୍ଦ୍ଧରେ ରହି ବ୍ୟାପକତାର ପରିଧିରେ ତୁମ ଜୀବନ ଜ୍ୟାମିତି ।ଯନ୍ତ୍ରଣା ଜର୍ଜରିତ ଭଙ୍ଗା କାନ୍ଥରେତୁମ ଛଦ୍ମ ହସର ମାଟିଲେସା ପ୍ରଲେପ ସାଙ୍ଗକୁକୋହ ଚାପିବାର ମିଛି ମିଛିକା ଝୋଟି ହିଁ ସେ କାନ୍ଥ ଉପରେ ଅମର କୀର୍ତ୍ତି.......Read More
Category: କବିତା (ଆଧୁନିକ) | Language: Odia
- 10 May, 2025
- By ପ୍ରଭାତ ବଳ
