ଫାଲ୍ଗୁନି ଗୋ ତୁମେ
ପ୍ରିୟଦର୍ଶିନୀ ମହାନ୍ତି
ଫାଲ୍ଗୁନି ଗୋ ତୁମେଆସ ଧୀରେ ଧୀରେବଉଳ ବାସକୁ ନେଇ,ଆମ୍ବତୋଟା ମାଳୁ କୁହୁ କୁହୁ ଗାଇକୋକିଳ ଉଠଇ ଚେଇଁ ।ଫାଲ୍ଗୁନି ଗୋ ତୁମେଆଭାଷ ହୁଅନ୍ତେଚାଲିଆସେ ଋତୁ ରାଜ,ତୁମେ ବି ଫୁଲେଇ ଫୁଲରେ ପତ୍ରରେକେତେ ହୁଅ ସଜବାଜ!ଫାଲ୍ଗୁନି ଗୋ ତୁମରଙ୍ଗ ଅବିରରେପଲ୍ଲୀ ହୁଏ ଗୋପପୁର,ଭାଇଚାରା ଭାବ ହୃଦେ ଉକୁଟାଇମୈତ୍ରୀର ବାର୍ତ୍ତା ଭର ।ଫାଲ୍ଗୁନି ଗୋ ତୁମଆଗମନ ଦେଖିଶୀତ ଯାଏ ଦୂର ହୋଇ,ମୃଦୁ ମଳୟରେବିଭୋର ପ୍ରକୃତିମଧୁର ମୂର୍ଚ୍ଛନା ଗାଇ ।ଫାଲ୍ଗୁନି ଗୋ ତୁମେପ୍ରକୃତି ପିଣ୍ଡରେସଂଚରିତ କର ପ୍ରାଣ,ନୂଆ ସମ୍ଭାବନା, ନୂଆ ସ୍ୱପ୍ନରନିଆରା ବୀଜଟି ବୁଣ ।ଶିକ୍ଷୟିତ୍ରୀ, ଭୁବନେଶ୍ୱର....
Category: କବିତା (ଆଧୁନିକ) | Language: Odia
- 10 May, 2025
- By ପ୍ରିୟଦର୍ଶିନୀ ମହାନ୍ତି