ସୁଖବାସୀ
ଗୋବିନ୍ଦ ତ୍ରିପାଠୀ
ଲୋକଟା ଥିଲା ଗରିବ, ଅତ୍ୟନ୍ତ ଗରିବ । ଜମିଭୂମୀ କିଛି ନାହିଁ । ଖଟିଲେ ଖାଏ । ଯେଉଁଦିନ ସେ କାମକୁ ଯାଇ ପାରେନାହିଁ, ଦିନ ଠୋ ଉପାସରେ ରହନ୍ତି ତା ପିଲାମାନେ । ଚାଷବାସ କିଛି ନାହିଁ । ସଞ୍ଚୟ ବୋଲି କିଛି ନାହିଁ । ଆହା ପଦକର ସାହା ହେବାକୁ ବି କେହି ନାହିଁ । ତଥାପି କେଜାଣି କାହିଁକି ଯେ ଲୋକେ ତାକୁ ହିଁ କହନ୍ତି ସୁଖବାସୀ । କାହିଁକି କହନ୍ତି? ଏତେଏତେ ଦୁଃଖ ଯନ୍ତ୍ରଣା ଭିତରେ ବଂଚୁଥିବା ମଣିଷଟି ସୁଖବାସୀ ହୋଇପାରେ କେମିତି ? ତେଲଲୁଣର ନିତିଦିନିଆ ଅଭାବୀ ସଂସାରକୁ ନେଇ ସୁଖରେ ବାସ କରେ କେମିତି? ସେତକ ତା କ୍ଷୁଦ୍ରମସ୍ତିଷ୍କର ସୀମିତ ଜ୍ଞାନ ଆଉ ଅଳ୍ପବୁଦ୍ଧିରେ ଭେଦି ପାରେନାହିଁ । ସୁଖ କ’ଣ ? କେମିତିକା ଦିଶେ ? ଖଟା କି ମିଠା, କେମିତିକା ତାର ସ୍ୱାଦ? ସେଇ ଅନୁଭୁତି ମଧ୍ୟ.......
Category: ଗଳ୍ପ (ଆଧୁନିକ) | Language: Odia
- 14 May, 2025
- By ଗୋବିନ୍ଦ ତ୍ରିପାଠୀ