ମାନବିକତାର ତିନୋଟି ଭିନ୍ନ ସ୍କେଚ୍‌

ଡ. ମୌସୁମୀ ପରିଡା

ଲୋକଟା ସ୍ୱାଭାବିକ ଥିଲା । ତା ଚେହେରାରୁ ବାରି ହେଉନଥିଲା କୌଣସି ଅସ୍ୱାଭାବିକତା । ସାଇକେଲଟାରେ ଟଙ୍ଗେଇଥିଲା ବିଭିନ୍ନ ପ୍ରକାରର ଅଖା ବସ୍ତା ଓ ବ୍ୟାଗ୍ । ବେଶ୍ ମଳି ଧରିଯାଇଥିଲା ସେସବୁ ଠିକ୍ ତାରି ପରି । ପାଦରେ ଥିଲା ହଳେ ମଇଳା ଯୋତା, ଦୁଇଟି ଭିନ୍ନ ରଙ୍ଗର । ତା ସହ କଳା ଓ ମାଟିଅ । ରଙ୍ଗର ମୋଜା ଦିଓଟି..ଯାହା ମୋଡି ହୋଇ ଯୋତା ଉପରକୁ ଝୁଲିରହିଥିଲା । ଲୋଚାକୋଚା ଲୁଙ୍ଗି ଓ ଫୁଲହତା ସାର୍ଟଟାଏ ପିନ୍ଧି ସେ ସନ୍ତର୍ପଣରେ ଚାହୁଁଥିଲା ଏଣେତେଣେ । ହାତରେ ଧରିଥିଲା ଦା’ଟିଏ..! ଛୋଟ ଚିରା ଅଖାବ୍ୟାଗ୍‌ଗୁଡିକରୁ ବଡ ଅଖାକୁ କିଛି ଜିନିଷ ଅଜାଡି ଏକାଠି କରୁଥିଲା । ପୁଣି ଫାଙ୍କା ବ୍ୟାଗ୍ ଧରି ନିରେଖୁଥିଲା କିଛି । ଦା’ରେ ଏପଟ ସେପଟ କରି ଦେଖୁଥିଲା ପରିତ୍ୟକ୍ତ ସ୍ଥାନ । ସେ ଅସନା ଜିନିଷକୁ ହାତରେ ନଛୁଇଁ କୌଣସି.......

Category: ଗଳ୍ପ (ଆଧୁନିକ) | Language: Odia